୩ ଦିନ ପରେ ନିଖୋଜ ଛାତ୍ରର ମିଳିଲା ମୃତଦେହ...
ପାପଡ଼ାହାଣ୍ଡି,୧୦/୧୧ : ସମୋବାର ଦିନ ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ଅନ୍ତେବାସୀ ଛାତ୍ର ଶଙ୍କର ହରିଜନ ର ଅପହରଣର ଅଭିଯୋଗ ଆଣି ଥାନା ର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ଆଜି ବିଦ୍ୟାଳୟରୁ ଅଳ୍ପ ଦୂରରେ ଥିବା କାଜୁ ଗଛରୁ ଝୁଲନ୍ତା ଅବସ୍ଥାରେ ଥିବା ଗ୍ରାମବାସୀ ଦେଖିଥିଲେ ।
Ad..
ଉକ୍ତ ଅନ୍ତେବାସୀ ଛାତ୍ରଙ୍କ ଘର ଡାବୁଗାଁ ଥାନା ଅନ୍ତର୍ଗତ ବାଉଁଶବେଡା ଗ୍ରାମର । ଛାତ୍ର ଜଣଙ୍କ ସମୋବାର ମଧ୍ୟାହ୍ନ ସମୟରୁ ନିଖୋଜ ଥିବା ସୂଚନା ଦେଇଥିଲେ ସ୍କୁଲ କତ୍ତୃପକ୍ଷ ,ଏନେଇ ସମୋବାର ସ୍କୁଲ କତୃପକ୍ଷଙ୍କ ତରଫରୁ ଡାବୁଗାଁ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା ।
ବିଦ୍ୟାଳୟ କତ୍ତୃପକ୍ଷ ତରଫରୁ ନିଖୋଜ ଛାତ୍ରଙ୍କ ପରିବାର ବର୍ଗଙ୍କୁ ଖବର ଦେବା ପରେ ମଙ୍ଗଳବାର ବିଦ୍ୟାଳୟରେ ପହଞ୍ଚି ଛାତ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଛାତ୍ରର ମୃତଦେହ ଠାବ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଗିରଫ ଦାବି କରି ଡାବୁଗାଁ - ମୈଦଲପୁର ରାସ୍ତା ଅବରୋଧ କରିଛନ୍ତି ।
Edited by k.s thakur...


