ଶିଶୁ ଦିବସ ଓ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ.....

ଶିଶୁ ଦିବସ ଓ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ.....

ବରଗଡ଼,୧୫/୧୧ : କମଗାଁ ପ୍ରାଥମିକ ବିଦ୍ୟାଳୟଠାରେ ଶିଶୁ ଦିବସ ଓ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ ଭୁଏ, ମୁଖ୍ୟବକ୍ତା ଭାବରେ କମଗାଁ କଲେଜ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ସମ୍ମାନିତ ଅତିଥି ଭାବରେ ସି ଆର ସି  ଶୁକୃ ଗରଡିଆ, ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନା, କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ସୁନୀଲ ଖମାରୀ ଓ ସଭାରେ ସଭାପତିତ୍ୱ କରିଥିଲେ, ପରିଚାଳନା କମିଟି ର ସଭାପତି ଅବନୀକାନ୍ତ ପ୍ରଧାନ।

   Ad...



ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ପ୍ରଥମ କୃତ୍ରିମ ଚିଡ଼ିଆଖାନା ଉଦଘାଟିତ ହୋଇଥିଲା ଓ ଅଭିଭାବକ ମାନଙ୍କୁ ମୋ ସ୍କୁଲ ଅଭିଯାନ ରେ ସାମିଲ ହେବାପାଇଁ ଅନୁରୋଧ କରାଯାଇଥିଲା। ଶିଶୁ ହସିଲେ ଦେଶ ହସିବ ଅର୍ଥାତ ଶିଶୁମାନଙ୍କର ବୌଦ୍ଧିକ ବିକାଶ ପାଇଁ ସମସ୍ତେ ଦାୟିତ୍ୱବାନ ହେବା ପାଇଁ ମତବ୍ୟକ୍ତ କରାଯାଇଥିଲା।

ପ୍ରତିବର୍ଷ ଶିଶୁ ଦିବସ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରୁଥିବାରୁ, ଅଶ୍ୱିନୀ ପ୍ରଧାନ, ପ୍ରଣୟ ଭୋଇ ଓ କିଶୋର ବିଶିଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ଶିଶୁ ପ୍ରତିଭା ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭିକ ଓ ସମାପନୀ ସଂଗୀତ ଗାନ କରିଥିଲେ ବିଦ୍ୟାଳୟର ଛାତ୍ରୀ ଅସ୍ମିତା, ପ୍ରକୃତି,ଲିପ୍ସିତା, ଶୁଚିସ୍ମିତା, ସିଦ୍ଧି.. ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ ସରୋଜ ସେଠ୍ ଓ ସାଥୀ।ଧନ୍ୟବାଦ ପ୍ରଦାନ କରିଥିଲେ ବିଭୁତି ଭୂଷଣ ତ୍ରିପାଠୀ, ଝରଣା ନାଏକ, ସ୍ମ।ରିକା ନାଏକ।






(Report : Bijay ku sahu)

Edited by k.s thakur...

Post a Comment

Previous Post Next Post