୪୮ ଘଣ୍ଟା ରେ ଦାବି ପୁରଣ ନହେଲେ କଂଟାବାଞ୍ଜି ବନ୍ଦ ପାଳନ...

୪୮ ଘଣ୍ଟା ରେ ଦାବି ପୁରଣ ନହେଲେ କଂଟାବାଞ୍ଜି ବନ୍ଦ ପାଳନ...

କଣ୍ଟାବାଞ୍ଜି, ୦୭/୧୧ : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ପ୍ରେସ କ୍ଲବ ଅନଶନ ଆନ୍ଦୋଳନ କରୁଛି । ଏହି ଆନ୍ଦୋଳନରେ ସହର ତଥା ଆଖ ପାଖ ଅଂଚଳର ବିଭିନ୍ନ ସଂଗଠନ ସମର୍ଥନ କରିଥିବା ବେଳେ ୪୮ ଘଂଟା ଭିତରେ ଯଦି ଦାବି ପୁରଣ ନହୁଏ ତେବେ କଂଟାବାଞ୍ଜି ବନ୍ଦ ପାଳନ କରାଯିବ ବୋଲି ପ୍ରେସ କ୍ଲବ ସୁଚନା ଦେଇଛି । ଏହି ବନ୍ଦ ପାଳନରେ ବିଭିନ୍ନ ଅନୁଷ୍ଠାନ ସମର୍ଥନ କରିବ ଆନ୍ଦୋଳନରେ ସାମିଲ ହେବ ବୋଲି ସଂଘର ସଭାପତି ସଂପାଦକ ସଦସ୍ୟ ମାନେ କହିଛନ୍ତି ।

ତେବେ ଆଜିର ଏହି ଆନ୍ଦୋଳନରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସଂପାଦକ ଯୁଗଲ କିଶୋର ଶବର, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, ତୁଲସିରାମ ଜଗତ, କୋଷାଧ୍ୟକ୍ଷ ହନି ସିଂ, ସଂଗଠନ ସହ ସଂପାଦକ ରୋହନ ମହତ, ସହ ସଂପାଦକ ବିସିକେଶନ ମାଝି, କାର୍ଯ୍ୟକାରି ସଦସ୍ୟ ଦିପକ ୟାଦବ , ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ବିକାଶ ମିତ୍ତଲ, ପରାମର୍ଶଦାତା ଆଶିଷ ଖଇତାନ, ଆନନ୍ଦ ମୋଟେ, ଦୁର୍ଗା ପ୍ରସାଦ ଗୁପ୍ତା, ଆଇନ ପରାମର୍ଶ ଦାତା ବିବେକ ଶର୍ମା ଆନ୍ଦୋଳନରେ ବସିଥିବା ବେଳେ ରାଜ୍ୟ ସଭା ସାଂସଦ ପ୍ରତିନିଧି ଗୁଡ୍ଡା ଖାଁ,  ସମାଜସେବୀ ବିଜୟ ବନ୍ସଲ, ବିରିଷ୍ଠ ଆଇନଜିବୀ ବିଷ୍ଣୁ ପ୍ରସାଦ ଶର୍ମା, ଯୁବ ସମାଜସେବି ୟୋଗେଶ ପନିକା, ମନହରଲାଲ ଅଗ୍ରୱାଲ, ଦିପକ ଅଗ୍ରୱାଲ (ପିଚୁ)  ପ୍ରମୁଖ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ କରି ନିଜ ବ୍ୟକ୍ତବ ରଖିଥିଲେ ।  






Edited by k.s thakur...

Post a Comment

Previous Post Next Post