୧୫୦ ଲିଟର ଦେଶୀ ମଦ ସହ ଚାରି ଜଣ ଗିରଫ...

୧୫୦ ଲିଟର ଦେଶୀ ମଦ ସହ ଚାରି ଜଣ ଗିରଫ...

ଯାଜପୁର,୨୯/୧୧: ଯାଜପୁର ରୋଡ଼ରେ ଅବକାରୀ ବିଭାଗ ପକ୍ଷରୁ କୋରେଇ ଏବଂ କଳିଙ୍ଗନଗର ଅଞ୍ଚଳରେ ଚଢ଼ାଉ । ୧୫୦ ଲିଟର ଦେଶୀ ମଦ, ଦୁଇ ବାଇକ ଜବଦ କରିବା ସହ ଚାରି ଜଣ ଗିରଫ । 

        Ad..



ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ଅବକାରୀ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁଙ୍କ ନେତୃତ୍ୱରେ କୋରେଇ ଥାନା ରଗଡି, ତୁଳତୀ, କଡ଼ମା ଓ କଳିଙ୍ଗନଗର ଅଞ୍ଚଳର ସାହୁପୁର ଚଢ଼ାଉ କରିଥିଲେ ।

ଏହି ଚଢ଼ାଉ ସମୟରେ ୪ ଜଣ ବ୍ୟକ୍ତି ବାଇକରେ ଦେଶୀ ମଦ ନେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲେ ।  ତେବେ ଆଜି ଏହି ଚାରି ଜଣଙ୍କ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।






Edited by k.s thakur...

Post a Comment

Previous Post Next Post