କଂଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ବୈଠକ ଅନୁଷ୍ଠିତ, ଅନେକ ବିଷୟ ଉପରେ ଚର୍ଚ୍ଚା...

କଂଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର  ବୈଠକ ଅନୁଷ୍ଠିତ, ଅନେକ ବିଷୟ ଉପରେ ଚର୍ଚ୍ଚା...

କଂଟାବାଞ୍ଜି,୨୮/୧୧ : କଂଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଏକ ଜରୁରୀ ବୈଠକ ସ୍ଥାନୀୟ ହରି ଭବନ ଠାରେ ରବିବାର ସନ୍ଧ୍ୟା ୭ଟାରେ ଆୟୋଜିତ ହୋଇଥିଲା । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।

    Ad.. 


ଏହି ବୈଠକ ରେ ଜିଲ୍ଲା ଦାବି ପାଇଁ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।  ଜିଲ୍ଲା ଦାବି କୁ ନେଇ ସଂଘର୍ଷ ସମିତି ଗତ ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା । ତେବେ ଏହି ବନ୍ଦ ରେ ସହରର ସମସ୍ତ ଅନୁଷ୍ଠାନ ସହଯୋଗ କରିଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସଭାପତି ଶ୍ରୀ ପୁଟେଲ । 

ସେହିପରି ବୈଠକ ରେ ଆଗାମୀ ପନ୍ଥା ସବୁ କଣ ନିଆଯିବ ସେ ନେଇ ସମସ୍ତ ସଂଗଠନ ସହ ଆଲୋଚନା ହୋଇଥିଲା । କଣ୍ଟାବାଞ୍ଜି ଜିଲ୍ଲା ଦାବି କେଵଳ କଣ୍ଟାବାଞ୍ଜି ପାଇଁ ନୁହେଁ ଅଂଚଳ ର ମୁରିବାହଲ, ତୁରେକେଲା ଓ ବଙ୍ଗୋମୁଣ୍ଡା କୁ ନେଇ ମଧ୍ୟ ଆଗାମୀ ଦିନରେ ଏହି ଜିଲ୍ଲା ଦାବି ଆନ୍ଦୋଳନ ତୀବ୍ର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । 

ଏହାକୁ ନେଇ ସଂଘର୍ଷ ସମିତି ର ସମ୍ପାଦକ ଦୁଖୀଶ୍ୟାମ ଗୁରୁ ତିନୋଟି ବ୍ଲକକୁ ନେଇ ଏକ କୋର କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ ମାନଙ୍କୁ ନେଇ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ କରାଯିବ ବୋଲି ମଧ୍ୟ ଏହି ବୈଠକ ରେ ଆଲୋଚନା ହୋଇଥିଲା । 

ଏହି ବୈଠକରେ ସହରର ଅନେକ ଅନୁଷ୍ଠାନ ଓ ସଂଘ ଯୋଗ ଦେଇଥିବା ନେଲେ ନିଜ ନିଜ ମତ ମଧ୍ୟ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଜିର ବୈଠକ ରେ ସହଦେଵ ନାଗ, ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂହ ସାଲୁଜା, ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ଗୁରୁଦାୟଲ ହଂସ, ସଂଘର୍ଷ ସମିତିର କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଦସ୍ୟ ନରେନ୍ଦ୍ର ସୁନା, କୁଞ୍ଜବିହାରି ବେହେରା, ନବଲ ଶର୍ମା, ଅଗ୍ରବାଳ ସଭାର ସଭାପତି ସୁରେଶ ଆର୍ଯ୍ୟ ଓ ସଦସ୍ୟ, କପଡା ମାର୍ଚେଣ୍ଟ ଏସୋସିଏସନର ସଦସ୍ୟ, ବେଦବ୍ୟାସ ନାଗ, ଟୁକୁ ମହାନ୍ତି, ବିଦେଶୀ ବେହେରା, ଅମର୍ଜିତ ସିଂହ ସାଲୁଜା, ଟିଟୁ ସିଂ, ରାଜେନ୍ଦ୍ର ବେହେରା,ନବଲ ଶର୍ମା, ପ୍ରଦୀପ ବାଗ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।






Edited by k.s thakur...

Post a Comment

Previous Post Next Post