ତୁରେକେଲା ବ୍ଲକ ଅଡିସନ୍ କାର୍ଯ୍ୟ କ୍ରମ ରେ 112 ଜଣ କଳାକାର ଚିହ୍ନଟ ....

ତୁରେକେଲା ବ୍ଲକ ଅଡିସନ୍ କାର୍ଯ୍ୟ କ୍ରମ ରେ  112 ଜଣ କଳାକାର  ଚିହ୍ନଟ ....

ତୁରେକେଲା,୨୯/୧୦ :  ଗତ ତା 26 ଏବଂ 27 ଅକ୍ଟୋବର ଦୁଇ ଦିନ ଧରି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ରେ ହୋଇ  ଯାଇ ଥିବା ମୁଖ୍ୟ ମନ୍ତ୍ରୀ କଳାକାର ସହାୟତା ଯୋଜନା ର ଅଡିସନ୍ କାର୍ଯ୍ୟ କ୍ରମ ସମ୍ପର୍ଣ୍ଣ ହୋଇଯାଇ ଥିବା ବେଳେ, ବଲାଙ୍ଗୀର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ଯାଳୟ ରୁ ଏହି ବ୍ଲକ ର ମୋଟ 178ଜଣ ଦରଖାସ୍ତ କାରୀ ଙ୍କ ତାଲିକା ବ୍ଲକ କୁ ଦିଆଯାଇ ଥିଲା । 

ଯଦିଓ ଏହି 178 ଜଣଙ୍କ ମଧ୍ୟରୁ 34 ଜଣଙ୍କ ଦରଖାସ୍ତ ଫର୍ମ ଯାଞ୍ଚ ବେଳେ ପୂର୍ବରୁ ଖାରଜ ହୋଇ ସାରି ଥିଲା । କାଏମ ରହି ଥିବା 144 ଦରଖାସ୍ତ  ମଧ୍ୟରୁ ମୋଟ  136 ଜଣ ଦରଖାସ୍ତ କାରୀ ଏହି ଅଡିସନ୍ କାର୍ଯ୍ୟ କ୍ରମ ରେ ଅଂଶଗ୍ରହଣ କରିଥିବା ବେଳେ,ତହିଁ ମଧ୍ୟରୁ 112 ଜଣ ମୁଖ୍ୟ ମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଯୋଗ୍ୟ କଳାକାର ଭାବେ ବିବେଚିତ ହୋଇଛନ୍ତି । 

ବିଭିନ୍ନ କାରଣ ବଶତଃ 8 ଜଣ ଦରଖାସ୍ତ କାରୀ ଅନୁପସ୍ଥିତ ରହିଥିବାର ଜଣାପଡ଼ିଛି । ଦୁଇ ଦିନ ଧରି ହୋଇ ଯାଇଥିବା କଳାକାର ଙ୍କ ଏହି ଯୋଗ୍ୟତା ପରୀକ୍ଷା କାର୍ଯ୍ୟ କ୍ରମ ର ମନୋନୟନ କମିଟୀ ରେ  ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ସାମଲ ତଥା ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ବାଲ ଙ୍କ ସହିତ ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକେଶ୍ବର ସାହୁ,ବିଶିଷ୍ଟ ଆକାଶବାଣୀ କଳାକାର ହରିଶ୍ଚନ୍ଦ୍ର ବାରିକ,ଗାୟିକା ହାରାବତୀ ମେହେର,ଅମିଲ ପୁଟେଲ ଏବଂ ଭକ୍ତ ବନ୍ଧୁ ମେହେର ରହି ଥିବା ବେଳେ ସର୍ବଶ୍ରୀ ହେମସାଗର ସେଠ,ଚିତ୍ତମନ  ତାଣ୍ଡି,ପୁରନ୍ଦର ପୁଟେଲ, ତୁଳାରାମ ବନଛୋର,ଚମ୍ପେଶ୍ବର ନାଗ,ବିଶ୍ବମ୍ଭର ପୁଟେଲ ପ୍ରମୂଖ କାର୍ଯ୍ୟ କ୍ରମ କୁ  ସଫଳ କରିବା ରେ  ସହାୟତା କରିଥିଲେ ।







Edited by k.s thakur...

Post a Comment

Previous Post Next Post