ପୋଖରୀରେ ପଶିଗଲା ଚଳନ୍ତା କାର୍‌, ସ୍ୱାମୀ ଆଗରେ ଚାଲିଗଲା ଗର୍ଭବତୀ ସ୍ତ୍ରୀର ଜୀବନ ..

ପୋଖରୀରେ ପଶିଗଲା ଚଳନ୍ତା କାର୍‌, ସ୍ୱାମୀ ଆଗରେ ଚାଲିଗଲା ଗର୍ଭବତୀ ସ୍ତ୍ରୀର ଜୀବନ ..

ଲାଙ୍ଗିର : ଗର୍ଭବତୀ ସ୍ତ୍ରୀକୁ ଡାକ୍ତର ଦେଖାଇ ଉଭୟ ଦମ୍ପତି କାର୍‌ ଯୋଗେ ଘରକୁ ଫେରୁଥିଲେ। ହଠାତ୍ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଃଶତ କାର୍‌ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ପାଣି ଭିତରେ ବୁଡ଼ି ଯାଇଥିବା କାର୍ ଭିତରେ ରହି ଜଳସମାଧି ନେଇଗଲା ସ୍ତ୍ରୀ।

ସ୍ୱାମୀଙ୍କ ଆଖି ସାମ୍ନାରେ ଆରପାରିକୁ ଚାଲିଗଲେ ସ୍ତ୍ରୀ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମସର ଗାଁ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପିଙ୍କି ସାହୁ।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ମୁନା ସାହୁ ବଲାଙ୍ଗିର ମେଡିକାଲରୁ ସ୍ତ୍ରୀର ଚେକ୍‌ଅପ୍ କରି କାର୍‌ ଯୋଗେ ଘରକୁ ଫେରୁଥିଲେ। ଜାମସର ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା। ମୁନା କାର୍‌ ବାହାରକୁ ବାହାରି ଆସି ରାସ୍ତା କଡ଼କୁ ଚାଲି ଆସିଥିଲେ। କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନ ଥିଲେ। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବାର ଘଣ୍ଟାଏ ପରେ ମୁନାଙ୍କ ସ୍ତ୍ରୀ ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପିଙ୍କିଙ୍କ ଶବ ବ୍ୟବଚ୍ଛେଦ କରାଯିବ। ପିଙ୍କିଙ୍କର ୨ ବର୍ଷର ପୁଅ ରହିଛି। ପିଙ୍କିଙ୍କ ମୃତ୍ୟୁ ପରେ ପରିବାରରେ ଶୋକରଛାୟା ଖେଳିଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।






Courtesy : or ...

Edited by k.s thakur...

Post a Comment

Previous Post Next Post