ପଖନମୁଣ୍ଡା ବିଦ୍ୟାଳୟରେ ପୋଷାକ ବିତରଣ ମେଳା...
କଣ୍ଟାବାଞ୍ଜି, ୩୦/୦୯ : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା, ବେଲ୍ଟ,ବେଚ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟର ସି ଆର ସି ସି ଧନସିଂ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ, ସମାଜ ସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ।କମିଟିର ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଗୋଟିଏ ହଳ ଜୋତା, ଦୁଇହଳ ମୌଜା,ଗୋଟିଏ ବେଲ୍ଟ ଓ ବେଚ ପ୍ରଦାନ କରାଗଲା।ଏହି ମେଳାରେ ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା,ବିଶେଶ୍ୱର ମୁଦୁଲି,ଲେମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ସହଯୋଗ କରିଥିଲେ।
Edited by k.s thakur..


