ଆମ ଆଦମୀ ପାର୍ଟି ର ବିଧାନସଭା କାର୍ଯକର୍ତା ସମ୍ମିଳନୀ..

ଆମ ଆଦମୀ ପାର୍ଟି ର ବିଧାନସଭା କାର୍ଯକର୍ତା ସମ୍ମିଳନୀ..

କଣ୍ଟାବାଞ୍ଜି ,୨୮/୦୯ : କଂଟାବାଞ୍ଜୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆମ ଆଦମୀ ପାର୍ଟି ର ବୈଠକ ଆଜି କଂଟାବାଞ୍ଜୀ ଜ.ଆର . ପେଲେସ ରେ ଅନୁଷ୍ଠିତ ହୋଇ ଯାଇଥିଲା। ନିର୍ବାଚନ ମଣ୍ଡଳୀ ର ସଂଯୋଜକ ସୁରଥ ବେହେରାଙ୍କ ସଭାପତିତ୍ବରେ ରେ ଆଯୋଜିତ ଏହି ସଭାରେ ଜିଲ୍ଲା ଆବହକ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି, ଜିଲ୍ଲା  ପ୍ରଭାରୀ ରାମ ବେହେରା ସମ୍ମାନିତ ଅତିଥି, କଂଟାବାଞ୍ଜୀ ନଗର ସଂପାଦକ ଗୁଣନିଧି ନିଆଲ , ସଭାପତି ବିଷ୍ଣୁ ପୁଜୀ ,ମଂଚାସୀନ ଥିଲେ । ବଂଗୋମୁଣ୍ଡା ଜୋନ ସଭାପତି ରେଣୁରଂଜନ ବାଗ ସଭା ପରିଚାଳନା କରି ଥିଲେ। ଏହି ସଭାରେ ବଂଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ କର୍ମକର୍ତ୍ତାମାନେ ଯୋଗ ଦେଇ ଥିଲେ। 

ଏହା ସହିତ ଲୋଇସିଙ୍ହା ନିର୍ବାଚନ ମଣ୍ଡଳୀ ର ଆବାହକ ପିଣ୍ଟୁ ଭୋଇ, ପାଟଣାଗଡ ର ଆବାହକ ପ୍ରଫୁଲ୍ଲ ପଣ୍ଡା, ସିନ୍ଧେକେଲା ଇନଚାର୍ଜ  ଖେତ୍ରବାସୀ ତାଣ୍ଡି ,ରାଜ୍ୟ ଯୁବମୋର୍ଚା ସଦସ୍ୟ  ଅମନ ମହାପାତ୍ର, ବେଲପଡା ବ୍ଲକ  ସଭାପତି ହେମସାଗର ପୁଞ୍ଜି । ଜୋନ ଇନଚାର୍ଜ ଜଂବେଶ୍ବର ନାଗ, ବଲାଙ୍ଗୀର ର 13 ନଂବର ଜୋନ ଇନ ଚାର୍ଜ କାହ୍ନୁ କରନ, ଖପ୍ରଖୋଲ ଇନ ଚାର୍ଜ  ଉତ୍ତମ ମହାନଂଦ ପ୍ରମୁଖ ଯୋଗ ଦେଥିଲେ। 

ଏହି ଅବରସରେ ପ୍ରଥମ ନଗର ପରିକ୍ରମା କରି ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯର୍ପଣ କରାଯାଇ ଥିଲା।  ସଭାରେ ବକ୍ତା ମାନେ ସଂଗଠନକୁ କିପରି ମଜବୁତ କରା ଯିବା ସହ ଅରବିନ୍ଦ କେଜରୀବାଲ ଙ୍କ  ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ପାଣି ରୋଜଗାର ର ନୀତିକୁ ଓଡିଶା ର ଘରେଘରେ ପହଞ୍ଚେଇବା ସହ ଭ୍ରଷ୍ଟାଚାର ମୁକ୍ତ ଶାସନ ଓଡିଶାରେ 2024ରେ ଆଣିବା ପାଇଁ  ସଂକଳ୍ପ  ନେଇ ଥିଲେ । ସଭାପତି ବିଷ୍ଣୁ ପୁଞ୍ଜି ଧନ୍ଯବାଦ୍  ଦେଇଥିଲେ।




Edited by k.s thakur...

Post a Comment

Previous Post Next Post