ବାବା ବିଶ୍ୱକର୍ମା ଙ୍କ ବିଦାୟୀ ଉତ୍ସବ ବଡ ଧୁମ ଧାମ ରେ ପାଳନ କଲେ ଡ୍ରାଇଭର ମହାସଂଘ ଓ ଠେଲା ମାଲିକ ସଙ୍ଘ...
କଣ୍ଟାବାଞ୍ଜି , ୨୧/୦୯ : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ତିନି ଦିନ ଧରି ବାବା ବିଶ୍ୱକର୍ମା ଙ୍କ ସେବା ପୂଜାର୍ଚ୍ଚନା କରିଥିଲେ ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ ଓ ଠେଲା ମାଲିକ ସଙ୍ଘ। ସେହି ସମୟରେ ଅନେକ ପୌରାଣିକ ଲେଖା କୁ ନେଇ ଦଣ୍ଡ ନୃତ୍ୟ ର ମଧ୍ୟ ଆୟୋଜନ କରିଥିଲେ ଡ୍ରାଇଭର ମହାସଂଘ।
ତିନି ଦିନ ପୂଜାର୍ଚ୍ଚନା ପରେ ବାବା ବିଶ୍ୱକର୍ମା ଙ୍କୁ ବଡ଼ ଧୁମ ଧାମ ରେ ବିଦାୟୀ ଉତ୍ସବ ପାଳନ କରାଯାଇଥିଲା। ନଗର ମୁଖ୍ୟ ମାର୍ଗ ଦେଇ ଢୋଲ , ତାଶା, ବଜା ,ଡିଜେ ରେ ବାବା ଙ୍କୁ ବିଦାୟ କରାଯାଇଛି।
ଡ୍ରାଇଭର ମହାସଂଘ ପକ୍ଷରୁ ପରମାନନ୍ଦ ହାତୀ, ନନ୍ଦଲାଲ କୁମ୍ଭାର,ବିଜୟ ମହାପାତ୍ର, ସୁରଜୀତ ସିଂ ମାଖୀଜ, ଗୀତ ଧରୁଆ,ପ୍ରସାଦ ବାଗ, ଅମିତ ଦନସେନା,ଆର୍ତ୍ତ ମହନନ୍ଦ, ଶମ୍ଭୁ ତାଣ୍ଡି, ତେଜରାଜ ବେହେରା,ଗୁଳ ଘିବେଳା, ଗୁଜ ବାଗ,କାର୍ତ୍ତିକ ବଂଛୋର,ରାଜେଶ କୁମାର ପ୍ରଧାନ,ମଙ୍ଗଳ ସିଂ ଓ ଅନ୍ୟ ସଦସ୍ୟ ଏହି ଉତ୍ସବ ରେ ସାମିଲ ହୋଇ ଥିଲେ।
ଅନ୍ୟ ପଟେ ଠେଲା ମାଲିକ ସଙ୍ଘ ପକ୍ଷ ରୁ ପ୍ରଦୀପ ବାଗ, ଅମିତ ବେହେରା ଓ ଅନ୍ୟାନ୍ୟ ସଦସ୍ୟ ବାବା ବିଶ୍ୱକର୍ମା ଙ୍କ ବିଦାୟୀ ଉତ୍ସବ ରେ ସାମିଲ ହୋଇ ଥିଲେ।
Edited by k.s thakur..

